Sri Ramakrushna Bhaktanka Katha (Sri Ramakrishna Bhakta katha): Life histry of Household devotees to Sri Ramakrushna Paramahansa

AUM PRAKASHAN MANDIR
4 reviews
Ebook
368
Pages

About this ebook

 ପୁସ୍ତକଟି ପ୍ରଥମ ଦୃକ୍ପାତରେ ଅସାଧାରଣ ବା ଆବଶ୍ୟକ ମନେହେବନି । ରାମକୃଷ୍ଣ ପରମହଂସ ଊନବିଂଶ ଶତାବ୍ଦୀ ଭାରତବର୍ଷର ଧର୍ମ, ଆଧ୍ୟାତ୍ମ, ଭକ୍ତି ଚେତନା ଓ ସାହିତ୍ୟରେ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ, ଯୁଗପୁରୁଷ, ପ୍ରଥିତଯଶା ସନ୍ଥ, ସିଦ୍ଧ ମହାତ୍ମା । ମାତ୍ର ଅର୍ଦ୍ଧ ଶତାବ୍ଦୀ ଜୀବଦ୍ଦଶାରେ ସାଧାରଣ କାଳୀପୂଜକରୁ ସେ ଯେତେ ଅଧିକ, ଯେତେ ଊର୍ଦ୍ଧ୍ୱସ୍ତରୀୟ, ସାଧକ, ଦାର୍ଶନିକ, ଭଗବତ୍ ପ୍ରାଣ ଭକ୍ତ ହୋଇପାରିଥିଲେ, ତାହା ଅତ୍ୟନ୍ତ ଅକଳ୍ପନୀୟ । ଭୈରବୀ, ଭୟଙ୍କର କାଳୀମୂର୍ତ୍ତିରେ ସେ ଯେଉଁ ‘ମାତୃତ୍ୱ’ ଦର୍ଶନ କଲେ, ମହା ଶକ୍ତିଭାବ ରୋପଣ କଲେ, ଏକମାତ୍ର ସତ୍ୟ, ଶକ୍ତି, ସ୍ଥିତି ଉଦ୍ଘୋଷଣ କଲେ, ତାହା ଭାରତବର୍ଷର ପ୍ରତିଷ୍ଠିତ, ପ୍ରଶଂସ୍ଯ ଧର୍ମଦର୍ଶନକୁ ନୂତନ ଦିଗ୍ ଦର୍ଶନ ଦେଲା । ସରଳ, ନିରୀହ, ନିଷ୍କପଟ, ବାଳସୁଲଭ ବ୍ୟକ୍ତିତ୍ୱ ଶାସ୍ତ୍ରଜ୍ଞ ‘ଗଦାଧର’ ଭାରତୀୟ ଧର୍ମ, ଦର୍ଶନ ଓ ଚେତନାରେ ସାରଲ୍ୟ, ନିରୀହତା, କପଟଶୂନ୍ୟତା ଓ ବାଳସୁଲଭ ନିରହଙ୍କାର କୌତୁକପ୍ରିୟତା ଶ୍ରେଷ୍ଠତ୍ୱର ବୀଜବପନ କରିଦେଲେ । ସୁତରାଂ ଅଚିରେ ଅନେକ ଅଭିମାନୀ, ଅହଙ୍କାରୀ, ଉଚ୍ଚଶିକ୍ଷିତ, ଅଭିଜାତ ବ୍ୟକ୍ତି ରାମକୃଷ୍ଣଙ୍କର ଶରଣାପନ୍ନ ହୋଇଥିଲେ ଓ ତାଙ୍କ ସରଳ ସୁଲଳିତ ସୁଶ୍ରାବ୍ୟ ପ୍ରବଚନରୁ ଧର୍ମର ନିଗୂଢ ନିର୍ଯ୍ଯାସ ଆହରଣ କରିଥିଲେ । ତାଙ୍କ ଜୀବନ କାଳରେ କତିପୟ ଓ ଦେହାନ୍ତ ପରେ ଅଜସ୍ର ପୁସ୍ତକ ରଚିତ ହେଲା । ତାଙ୍କ ଜୀବନୀ, ବାଣୀ, ଚଳଣୀ, ଚୈତନ୍ୟ, ସାଧନା, ସିଦ୍ଧି ଓ ସମ୍ମୋହନ ଶକ୍ତି ସମ୍ପର୍କରେ । ବିଶେଷ ନ ହେଲେ ବି ଓଡିଆ ଭାଷାରେ ଅନୁବାଦ ଓ ମୋଳିକ ରଚନା କମ୍ ନୁହେଁ ଶ୍ରୀରାମକୃଷ୍ଣଙ୍କ ଉପରେ ।

ତେବେ ବର୍ତ୍ତମାନର ପୁସ୍ତକଟି ଅନେକ ଦୃଷ୍ଟିରୁ ଭିନ୍ନ ଓ ଅନନ୍ୟ । ସ୍ବାମୀ ବିବେକାନନ୍ଦଙ୍କ ପରି ଯଶସ୍ବୀ ସନ୍ନ୍ୟାସୀ ଶିଷ୍ୟଙ୍କୁ ବାଦ୍ ଦେଇ ଏହି ଗ୍ରନ୍ଥରେ ଗୃହସ୍ଥ ଶିଷ୍ୟ ସନ୍ନ୍ୟାସୀ ଭକ୍ତ ଓ ସାଧକଙ୍କ କଥା କୁହାଯାଇଛି । ପରମହଂସଙ୍କର ଏକ ସଂକ୍ଷିପ୍ତ ଶିଷ୍ୟ†ଭକ୍ତ ତାଲିକା ପୃ୪୩-୪୪ରେ ଦ୍ରଷ୍ଟବ୍ୟ । ଶଂସିତ ଗ୍ରନ୍ଥରେ ମାତ୍ର ୧୫ ଜଣ ଅନ୍ତରଙ୍ଗ ଗୃହୀ ଭକ୍ତଙ୍କ ପରମହଂସଙ୍କ ସହ ସମ୍ପର୍କ, ସାନ୍ନିଧ୍ୟ, ସାଧନା, ସିଦ୍ଧି ଓ ଭଗବତ୍ ସାଫଲ୍ୟ ବର୍ଣ୍ଣିତ ।

ପ୍ରଥମ ପ୍ରକାଶନ ଓ ସପ୍ତମ ମୁଦ୍ରଣରେ ଗ୍ରନ୍ଥକାର ନିଜକୁ ସମ୍ପାଦକ, ସଂକଳକ କହୁଥିଲେ ହେଁ, ଏହା ଅନେକାଂଶରେ ଓ ଅନେକ ଭାବରେ ଏକ ମୌଳିକ ରଚନା କାରଣ ଇଂରାଜୀ, ବଙ୍ଗଳା, ହିନ୍ଦୀ, ଓଡିଆ ସାହିତ୍ୟରେ ରାମକୃଷ୍ଣ ସମ୍ପର୍କିତ ଅନେକ ପୁସ୍ତକ, ପତ୍ରିକା ଅଧ୍ୟୟନରୁ ଲେଖକ ତଥ୍ଯ ଆହରଣ କରିଥିଲେ ବି ଏକାନ୍ତ ନିଜସ୍ବ, ସରଳ, ବୋଧଗମ୍ଯ ଓଡିଆ ଭାଷାରେ ସେ ଏହାକୁ ପ୍ରାଞ୍ଜଳ ଓ ସାବଳୀଳ ଢଙ୍ଗରେ ପରିବେଷଣ କରିଛନ୍ତି ।

ବିସ୍ତୃତ ଅଧ୍ୟୟନ ସାଙ୍ଗକୁ ମଠ, ମନ୍ଦିର, ଆଶ୍ରମ ଓ ସାଧୁସଙ୍ଗବାସରୁ ଯୁବ ଲେଖକ ଯେଉଁ ଆଧ୍ୟାତ୍ମିକ ଓ ଭଗବତ୍ ଭାବର ଅଧିକାରୀ ହୋଇଛନ୍ତି, ତାହା ଫୁଟି ଉଠିଛି ପ୍ରତି ଅଧ୍ୟାୟରେ, ପ୍ରତି ଅନୁଚ୍ଛେଦରେ । ଗ୍ରନ୍ଥକାରଙ୍କ ବିନମ୍ର, ନିରଭିମାନ ଜୀବନର ଏକ ଜୀବନ୍ତ ଦୃଷ୍ଟାନ୍ତ ସପ୍ତମ ମୁଦ୍ରଣ ଉପରେ ତାଙ୍କ ନିଜ କଥାରୁ --

‘୨୦୦୪ ମସିହାରୁ ୨୦୧୫ ଭିତରେ ଛଅ ଥର ମୁଦ୍ରିତ ପୁସ୍ତକଟିକୁ ପୁନରାୟ ସପ୍ତମ ମୁଦ୍ରଣ ପାଇଁ ପଠାଇଲା ବେଳେ ନିଜକୁ ନାଁ ଭକ୍ତ ନାଁ ଭୃତ୍ୟ କୌଣସିଟି ଶ୍ରେଣୀରେ ଗଣି ପାରିଲା ଭଳି ଯୋଗ୍ୟତା ସୁଦ୍ଧା ଥିବା ଭଳି ମନେ ହେଉନାହିଁ...’

(ଶ୍ରୀରାମକୃଷ୍ଣ ଭକ୍ତଙ୍କ କଥା- ଭାଗ-୧, ପୃଷ୍ଠା-୬)

ସଙ୍କଳନରେ ଯେଉଁ ୧୫ ଜଣ ଗୃହୀ ଭକ୍ତଙ୍କ କଥା ସ୍ଥାନିତ, ସେମାନେ ଅସାଧାରଣ ବ୍ୟକ୍ତି ଥିଲେ । ରାଣୀ ରାସମଣୀ ଦେବୀ, ଗିରୀଶଚନ୍ଦ୍ର ଘୋଷ, ମହେନ୍ଦ୍ରନାଥ ଗୁପ୍ତ ଇତ୍ଯାଦି ରାମକୃଷ୍ଣ ପରମହଂସ ପ୍ରେମୀଗଣ ବଙ୍ଗଳା ସାହିତ୍ୟ, ସଂସ୍କୃତି, ସମାଜ, ଇତିହାସରେ ଖ୍ଯାତି ସମ୍ପନ୍ନ । ଅତି ବିସ୍ତୃତ ନହେଲେ ବି ପ୍ରତ୍ୟେକଟି ଉପରେ ପ୍ରାୟ ୨୦ପୃଷ୍ଠାର ଆଲେଖ୍ୟ ପ୍ରସ୍ତୁତ କରି ଗ୍ରନ୍ଥକାର ରାମକୃଷ୍ଣଙ୍କର ଏହି ପରମବୈଷ୍ଣବ, ଏକାନ୍ତ ଅନୁଗତ ଭକ୍ତଙ୍କ ବିଷୟରେ ଯଥେଷ୍ଟ ଆଲୋକପାତ କରିଛନ୍ତି ।

ପରିବେଷିତ ତଥ୍ଯ ଯଥାସମ୍ଭବ ନିର୍ଭୁଲ ବୋଲି ପ୍ରମାଣିତ ହୁଏ ପୁସ୍ତକ ସାରା ପରିଦୃଷ୍ଟ ପୁଷ୍କଳ ଉଦ୍ଧ୍ୃତି ସମୂହରୁ । ନିଜର ପାଣ୍ଡିତ୍ୟ ପ୍ରଦର୍ଶନ ବା ବିବାଦଜନକ ଘଟଣା†ତଥ୍ଯରୁ ସଂକଳକ ଯଥେଷ୍ଟ ଦୂରତା ରକ୍ଷାକରି ଉଲ୍ଲିଖତ୍ତ ଭକ୍ତ ଶିଷ୍ୟମାନଙ୍କ ସମ୍ବନ୍ଧରେ ନିର୍ବିବାଦୀୟ, ନିଚ୍ଛକ ସୂଚନା ପ୍ରଦାନ କରିଛନ୍ତି ।

ଓମ୍ ପ୍ରକାଶନ ମନ୍ଦିର ପ୍ରକାଶିତ ସବୁ ଗ୍ରନ୍ଥ ପରି ଏହି ୩୬୮ ପୃଷ୍ଠା ପୁସ୍ତକର ମୂଲ୍ୟ ମାତ୍ର ଏକଶତ ଟଙ୍କା । ଓମ୍ ପ୍ରକାଶନ ମନ୍ଦିରର ମୁଖ୍ୟ ନିଜେ ସଙ୍କଳକ ୨୦୦୪ ମସିହାରୁ ଅଦ୍ୟାବଧିଏହି ନୀତି ଅନୁସରଣ କରିଚାଲିଛନ୍ତି ଯେ ଧର୍ମଧାରଣା, ଭକ୍ତିଭାବନା ସମ୍ପର୍କିତ ପୁସ୍ତକ ସବୁ ନାମ ମାତ୍ର ମୂଲ୍ୟରେ ପାଠକଙ୍କ ହସ୍ତଗତ ହେଉ । ସେହି ସଦୁଦ୍ଦେଶ୍ୟ ଏହି ପୁସ୍ତକର ସପ୍ତମ ମୁଦ୍ରଣରେ ସ୍ବତଃ ପ୍ରତିଫଳିତ । ପୂର୍ବ ମୁଦ୍ରଣ ପରି ଏହି ପ୍ରକାଶନର ସୀମିତ ସଂଖ୍ଯା ଯେ ଶୀଘ୍ର ଶେଷ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ଉତ୍ତମ ପ୍ରଚ୍ଛଦ, ପରିପାଟୀ, ଅକ୍ଷରସଜ୍ଜା ଓ ସର୍ବୋପରି ସଙ୍କଳକଙ୍କ ନିଷ୍ଠାର ଦର୍ପଣ ପୁସ୍ତକଟିକୁ ସୁନ୍ଦର, ସରସ ଓ ସୁଖପାଠ୍ଯ କରିଛି । ଓଡିଆ ଭାଷାର ଏହା ଏକ ଉଚ୍ଚକୋଟିର ଗ୍ରନ୍ଥ ।

ଶ୍ରୀ ଉଲ୍ଲାସ ବେହେରା,ଏସ୍. ସି. ଏସ୍. କଲେଜ କ୍ଯାମ୍ପସ, ପୁରୀ-୧

ପୁସ୍ତକଟି ପ୍ରଥମ ଦୃକ୍ପାତରେ ଅସାଧାରଣ ବା ଆବଶ୍ୟକ ମନେହେବନି । ରାମକୃଷ୍ଣ ପରମହଂସ ଊନବିଂଶ ଶତାବ୍ଦୀ ଭାରତବର୍ଷର ଧର୍ମ, ଆଧ୍ୟାତ୍ମ, ଭକ୍ତି ଚେତନା ଓ ସାହିତ୍ୟରେ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ, ଯୁଗପୁରୁଷ, ପ୍ରଥିତଯଶା ସନ୍ଥ, ସିଦ୍ଧ ମହାତ୍ମା । ମାତ୍ର ଅର୍ଦ୍ଧ ଶତାବ୍ଦୀ ଜୀବଦ୍ଦଶାରେ ସାଧାରଣ କାଳୀପୂଜକରୁ ସେ ଯେତେ ଅଧିକ, ଯେତେ ଊର୍ଦ୍ଧ୍ୱସ୍ତରୀୟ, ସାଧକ, ଦାର...

Discover more

Ratings and reviews

4 reviews
Krishna Chinnara
December 23, 2018
a worth read book for all age. Must read by admirers of bhagaban sriramakrishna. सभी उम्र के लिए एक योग्य पुस्तक। भगाबन श्रीरामकृष्ण के प्रशंसकों द्वारा पढ़ा जाना चाहिए।
4 people found this review helpful
Did you find this helpful?

Rate this ebook

Tell us what you think.

Reading information

Smartphones and tablets
Install the Google Play Books app for Android and iPad/iPhone. It syncs automatically with your account and allows you to read online or offline wherever you are.
Laptops and computers
You can listen to audiobooks purchased on Google Play using your computer's web browser.
eReaders and other devices
To read on e-ink devices like Kobo eReaders, you'll need to download a file and transfer it to your device. Follow the detailed Help Center instructions to transfer the files to supported eReaders.