ଟ୍ୟୁବଲାଇଟ

2017 • 171 ମିନିଟ୍‌
ଏହି ଆଇଟମ ଉପଲବ୍ଧ ନାହିଁ

ଏହି ମୁଭି ସମ୍ବନ୍ଧରେ

ଟ୍ୟୁବଲାଇଟ ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ଭାରତୀୟ ଯୁଦ୍ଧ ଭିର୍ତ୍ତିକ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶକ ହେଉଛନ୍ତି କବିର ଖାନ । ଏହି ଚଳଚ୍ଚିତ୍ରଟି ସଲମାନ ଖାନ ଓ କବିର ଖାନଙ୍କ ପ୍ରଯୋଜିତ । ଚଳଚ୍ଚିତ୍ରଟି ୧୯୬୨ ସିନୋ ଭାରତୀୟ ଯୁଦ୍ଧକୁ ନେଇ ନିର୍ମାଣ କରାଯାଇଛି ।
ଏହି ଚଳଚ୍ଚିତ୍ରରେ ସଲମାନ ଖାନ, ସୋହେଲ ଖାନ, ଜୁହ ଜୁହ, ମାଟିନରେ ଟାଙ୍ଗୁ ଓ ଓମ୍ ପୁରୀ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଶାହରୁକ ଖାନ ଏହି ଚଳଚ୍ଚିତ୍ରରେ ଅଳ୍ପ ସମୟ ପାଇଁ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି । ଜୁଳୀୟସ ପ୍ୟାକିୟାମ ଓ ପ୍ରୀତମ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ୨୩ଜୁନ ୨୦୧୭ରେ ପ୍ରେକ୍ଷାଳୟକୁ ଛଡା ଯାଇଛି । ଏହି ଚଳଚ୍ଚିତ୍ରଟି ଓମପୁରୀଙ୍କ ଶେଷ ଚଳଚ୍ଚିତ୍ର ଥିଲା । ୨୦୧୭ ଜାନୁଆରୀ ୬ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଲକ୍ଷ୍ମଣ ସିଂ ବ୍ରିଷ୍ଟ ହେଉଛି ଗୋଟେ ମାନସିକ ଭାରସାମ୍ୟ ହାଇଥିବା ପିଲା । ନାରାୟଣ ଛଡା ତାକୁ ସମସ୍ତେ ଟ୍ୟୁବଲାଇଟ ଡାକୁଥିଲେ । ତାର ବାପା ମଦ୍ୟପ ବସ ଚାଳକ ଥିଲା । କିଛିଦିନ ପରେ ଲକ୍ଷ୍ମଣର ଭରତ ଭାଇ ପାଇଲା ସେ ପିଲାମାନଙ୍କ ଭିତରୁ ଯେଉଁମାନେ ତାକୁ ଚିଡାଉଥିଲେ । ସେମାନେ ବିଦ୍ୟାଳୟରେ ପଢ଼ନ୍ତି । ସେହି ସମୟରେ ଥରେ ମହାତ୍ମା ଗାନ୍ଧୀ ତାଙ୍କ ବିଦ୍ୟାଳୟକୁ ବିଶ୍ୱାସ, ନିଷ୍ଠା ଏସବୁ ବିଷୟରେ ପଢ଼ାଇବାକୁ ଆସିଥିଲେ । ଭାରତ ବ୍ରିଟିଶ ମୁକ୍ତ ହେବା ପରେ ଲକ୍ଷ୍ମଣ ଓ ଭାରତର ବାପା ମା ମରିଗଲେ ଓ ଗାନ୍ଧିଜୀଙ୍କ ହତ୍ୟା ହୋଇସାରିଥିଲା । ଲକ୍ଷ୍ମଣ ଓ ଭରତ ବଡ଼ ହେଲେ ଦୁଇଜଣ ଦୁଇଜଣଙ୍କ ପ୍ରତି ଭଲପାଇବା ଆନ୍ତରିକ ବହୁତ ବଢିଯାଏ ଓ ସେମାନେ ବହୁତ ସାହସୀ ହୋଇଯାଇଥାନ୍ତି ।