ଫେସନ

2008 • 165 ମିନିଟ୍‌
ଏହି ଆଇଟମ ଉପଲବ୍ଧ ନାହିଁ

ଏହି ମୁଭି ସମ୍ବନ୍ଧରେ

ଫେସନ ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଧୁର ଭଣ୍ଡାରକର, ଦେବେନ୍ ଖୋଟେ, ରୋନୀ ସ୍କୃବାଲା, ଜରିନ୍ ମେହେତା । ଅଜୟ ମୋଙ୍ଗା ଏହି କଥାଚିତ୍ରଟିର କାହାଣୀ ଏବଂ ଚିନତ୍ରନାଟ୍ୟ ରଚନା କରିଥିଲେ । ମଧୁର ଭଣ୍ଡାରକର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପାକିସ୍ତାନୀ ସଙ୍ଗୀତକାର ଭାଇ ଦ୍ୱୟ ସଲିମ-ସୁଲେମାନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଏବଂ ଗୀତିକାର ଇର୍ଫାନ ସିଦ୍ଦିକ୍ ଓ ସନ୍ଦୀପ ନାଥ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରିୟଙ୍କା ଚୋପ୍ରା । କଙ୍ଗନା ରାଣାବତ ଏହି କଥାଚିତ୍ରଟିର ସ‌ହ-ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ମୁଗ୍ଧା ଗୋଦ୍‌ସେ, ଅର୍‌ବାଜ୍ ଖାନ୍, ଅର୍‌ଜାନ୍ ବଜ‌ୱା, ସମୀର ସୋନି, ଅଶ୍ୱିନୀ ମୁସ୍‌ରାନ୍, କିଟୁ ଗୀଡ୍‌ୱାନୀ, ସୁଚିତ୍ରା ପିୟାଲି ମଲ୍ଲିକ, ରୋହିତ ରାୟ, ରାଜ୍ ବ‌ବ୍ୱ୍‌ର୍, କିରଣ ଜୁନେଯା, ଚିତ୍ରାସି ରାୱ୍‌ତ୍, ମାନିନୀ ମିଶ୍ର, ହର୍ସ୍ ଛାୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର କାମ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲା । ୨୯ ଅକ୍ଟୋବର ୨୦୦୮ରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ଭାରତୀୟ ମୁଦ୍ରାରେ ପାଖାପାଖି ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ଚଳଚ୍ଚିତ୍ରଟିର ନିର୍ମାଣରେ । ସମୀକ୍ଷକମାନେ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ, ଚିତ୍ରଗ୍ରହଣ, ସଙ୍ଗୀତ, ନିର୍ଦ୍ଦେଶନା ଏବଂ ଅଭିନୟକୁ ବ‌ହୁତ ପସନ୍ଦ କରିଥିଲେ । ଏହି କଥାଚିତ୍ରଟି ସମୁଦାୟ ୬୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା ।