ଲଗାନ

2002 • 224 ମିନିଟ୍‌
PG
ମୂଲ୍ୟାଙ୍କନ
ଏହି ଆଇଟମ ଉପଲବ୍ଧ ନାହିଁ

ଏହି ମୁଭି ସମ୍ବନ୍ଧରେ

ଲଗାନ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡ଼ା ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମିର ଖାଁ ଓ ଗ୍ରେସି ସିଂ । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା ।
ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚ୍ଚିତ୍ର ।
ମୂଲ୍ୟାଙ୍କନ
PG